କରୋନା: ଗଞ୍ଜାମରେ ୨ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ପ୍ରକାଶ ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୨ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଗଞ୍ଜାମ ଜିଲ୍ଲାରେ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ଜଣଙ୍କରର ମୃୃତ୍ୟୁ ହୋିଥିବା ବେଳେ ୨୦୯ ଜଣ ସକ୍ରିୟ ଅଛନ୍ତି। ସେହିପରି ଆଜି ବାଲେଶ୍ବରରୁ ୩୩ଜଣ ଚିହ୍ନଟ ହେବା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଁଞ୍ଚିଛି। ସେମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୯ ଜଣ ସକ୍ରିୟ ଅଛନ୍ତି।
ଯାଜପୁରରୁ ୭ଜଣ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହେବା ଫଳରେ ଜିଲ୍ଲାରେ ୭୧ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସେମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣ ସକ୍ରିୟ ଅଛନ୍ତି। ଏଥିସହିତ କେନ୍ଦୁଝରରୁ ୨ ଏବଂ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି।
ରାଜ୍ୟରେ ବର୍ତ୍ତମାନ ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୧୯ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଚନ୍ତି।
Comments are closed.