ଭଲ ଖବର: କରୋନା ମୁକ୍ତ ହେଲା ଭୁବନେଶ୍ବର ଓ ଜଗତସିଂହପୁର

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୭୭ରେ ପହଁଞ୍ଚିଛି। ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ର ୪୦, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବଲାଙ୍ଗିରରେ ୨, ସୁନ୍ଦରଗଡ଼ , ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଏଥିସହିତ ରାଜଧାନୀ ଭୁବନେଶ୍ବର ଓ ଜଗତସିଂହପୁର ଜିଲ୍ଲାକୁ କରୋନା ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି।
Bhubaneswar and Jagatsinghpur district now have no active cases of Covid-19.
The total recovered cases of Odisha now stand at 277.
— H & FW Dept Odisha (@HFWOdisha) May 18, 2020
Comments are closed.