ମହାବାତ୍ୟାରେ ପରିଣତ ହେଲା “ଅମ୍ପାନ୍”

ଭୁବନେଶ୍ବର: ଆଜି ସମୁଦ୍ର ମଧ୍ୟରେ ମହାବାତ୍ୟାର ରୂପ ନେଇଛି “ଅମ୍ପାନ୍”। ସାଢ଼େ ୧୧ଟାରେ ମହାବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ସମୁଦ୍ର ଭିତରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି। ଏହାସହ ଘଣ୍ଟାକୁ ୮କିଲୋମିଟର ବେଗରେ ଗତି କରୁଛି “ଅମ୍ପାନ୍”। ପାରାଦୀପଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ “ଅମ୍ପାନ୍”ର ଅବସ୍ଥିତ ରହିଛି।
ବାତ୍ୟା ଉମ୍ପୁନ୍ର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି। ହେଲେ ବାତ୍ୟା ସମୟରେ ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବା ସମ୍ଭାବନା ଦେଖାଦେଇଛି। ଆଜି ସନ୍ଧ୍ୟା ୫.୩୦ରୁ ଏହା ଆସନ୍ତାକାଲି ସକାଳ ୫ଟା ଯାଏ ମହାବାତ୍ୟା ରୂପ ନେଇ ସମୁଦ୍ର ଉପରେ ଗତି କରିବ। ଫଳରେ ଅତି ଭୀଷଣ ଅବସ୍ଥାରେ ହିଁ ଏହା ସ୍ଥଳଭାଗକୁ ଛୁଇଁବ ବୋଲି ସୂଚନା ରହିଛି। ଓଡ଼ିଶାର ଗଞ୍ଜାମ , ପୁରୀ, ଖୋର୍ଦ୍ଧା ଉପକୂଳରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି ବୋଲି ଡ.ମହାପାତ୍ର ସୂଚନା ଦେଇଛନ୍ତି।
Super Cyclonic Storm ‘AMPHAN’ (pronounced as UM-PUN) : 18th May 2020 (1130 to 1157 IST). pic.twitter.com/7kkrjGiMOd
— India Meteorological Department (@Indiametdept) May 18, 2020
Comments are closed.