ବଦଳିଲା ନିଷ୍ପତ୍ତି: ଚଳଚଞ୍ଚଳ ରଥଖଳା, ଚାଲିଛି ରଥ ନିର୍ମାଣ କାର୍ଯ୍ୟ
![](https://www.odishalink.com/wp-content/themes/publisher/images/default-thumb/publisher-lg.png)
ପୁରୀ: ବଦଳିଲା ନିଷ୍ପତ୍ତି। ବାତ୍ୟା ‘ଅମ୍ଫାନ’କୁ ନଜରରେ ରଖି ୨ଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା ହେଲେ ଆଜି ବଦଳିଛି ନିଷ୍ପତ୍ତି। ବାତ୍ୟା ପ୍ରଭାବରେ ମେଘୁଆ ପାଗ ସତ୍ତ୍ୱେ ରଥଖଳାରେ ତିନି ରଥ ନିର୍ମାଣ କାମ ଚାଲିଛି। ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ରଥ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା।
‘ଅମ୍ଫାନ’ ପାଇଁ ଦୁଇ ଦିନ ରଥ ନିର୍ମାଣ କାମ ବନ୍ଦ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ବାତ୍ୟାର ପ୍ରଭାବ ସେତେଟା ନ ଥିବାରୁ ସ୍ୱାଭାବିକ ଭାବେ ସକାଳୁ କାମ ଚାଲିଛି। ରଥର ଯେଉଁ ସବୁ ଅଂଶ ତିଆରି ହୋଇଗଲାଣି, ସେଗୁଡ଼ିକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି।
Comments are closed.