ରାଜ୍ୟ ସରକାର ଦେବେ ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା
![](https://www.odishalink.com/wp-content/uploads/2020/05/India-to-resume-train-service-on-May-12.jpg)
ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପାଇଁ ଭଲ ଖବର। ଏଣିକି ‘ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍’ରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍ ଭଡ଼ା ଓଡ଼ିଶା ସରକାର ଦେବେ। ସେମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ୍ ଖର୍ଚ୍ଚ ନ ଦେବେ, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ କରିବେ ବୋଲି ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।
ଶ୍ରମିକମାନେ ଫେରିଲା ପରେ ଏଠାରେ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାର ବ୍ୟବସ୍ଥା କରାଯାଇଛି। ସଙ୍ଗରୋଧ ପରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶିରୁ ଏହି ଟିକେଟ୍ ଭଡ଼ା ସରକାର କାଟି ନେବେ।
ଗତ ୩ ତାରିଖରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨ଟି ଟ୍ରେନ୍ ଆସିସାରିଲାଣି। ଟ୍ରେନ୍ ଓ ବସ୍ ଯୋଗେ ୧ ଲକ୍ଷ ୭୬ ହଜାର ୩୦୧ ଜଣ ପ୍ରବାସୀ ଫେରିଛନ୍ତି। ଆଗାମୀ ଦିନରେ ଆହୁରି ୩୦/୪୦ଟି ଟ୍ରେନ୍ ଆସିବାର ଯୋଜନା ରହିଛି।
Comments are closed.