ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୃତକକ ସଂଖ୍ୟା ୬ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ୧୦୫୨ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ। ଗତକାଲି ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଁଞ୍ଚିଛି। ଏପର୍ଯ୍ୟନ୍ତ ରାଜ୍ୟରେ ଖୋର୍ଦ୍ଧାରୁ ୩ଜଣ , ଗଞ୍ଜାମରୁ ୨ଜଣ ଏବଂ କଟକରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜ୍ୟରେ ବର୍ତ୍ତମାନ ୧୦୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୩୯ ଜଣ ଆକ୍ରାନ୍ତ ରାଜ୍ୟ ବିଭିନ୍ନ କୋଭିହ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Sorry to inform that a 70 year male of Khordha district, having history of comorbidity of hypertension, was admitted in AIIMS Emergency yesterday with respiratory distress and passed away the same day.
He has tested positive for COVID-19.
— H & FW Dept Odisha (@HFWOdisha) May 20, 2020
Comments are closed.