ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ “ଅମ୍ପାନ୍”
ଭୁବନେଶ୍ବର: ସ୍ଥଳଭାଗକୁ ଆାଡ଼କୁ ମାଡ଼ି ଆସୁଛି ବାତ୍ୟା “ଅମ୍ପାନ୍”। ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ବାତ୍ୟା “ଅମ୍ପାନ୍” ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପକ୍ଷର ସୂଚନା ଦିଆଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୮୫ କିଲୋମିଟର ରହିବ।
ଏହି ସୂଚନା କ୍ରମେ କୁହାଯାଇଛି, ଆଜି ସକାଳଠାରୁ ପବନର ବେଗ ବଢ଼ିବାରେ ଲାଗିବ। ଭୋଗରାଇ ଓ ତାଳସାରୀ ଅଞ୍ଚଳରେ ଅଧିକ ପବନ ରହିବ। ଏହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ ଅମ୍ଫାନ୍।
ଶେଷ ଖବର ସୁଦ୍ଧା ଅମ୍ଫାନ୍ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି। ଅନ୍ୟପକ୍ଷରେ ଦୀଘାଠାରୁ ଏହି ବାତ୍ୟା ୩୯୦ କିଲୋମିଟର ଦୂରରେ ରହିଛି। ସମୁଦ୍ର ଭିତରେ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି।
ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ ଉତ୍ତର ଉପକୂଳବର୍ତୀ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, କଟକ, ଯାଜପୁରରେ ବର୍ଷା ସହିତ ପବନର ବେଗ ୫୫ରୁ ୬୫ କିଲୋମିଟର ରୁ ଅଧିକ ବଢିପାରେ। ହେଲେ ସ୍ଥଳବିଶେଷରେ ୭୫କିଲୋମିଟର ବେଗରେ ଧକ୍କା ଦେବ। ତେବେ ଉତ୍ତର ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ପବନର ବେଗ ୧୨୦ କିଲୋମିଟର ପର୍ୟ୍ୟନ୍ତ ଛୁଇଁପାରେ ବୋଲି ସୂଚନା ରହିଛି।
Comments are closed.