ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା
କେନ୍ଦୁଝର: ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା। ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍ପେଣ୍ଡ୍ କରାଯାଇଛି। ପୁଲିସ୍ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
କିଛିଦିନ ତଳେ ଜମିଜମା ମାମଲାରେ ଜଣେ ଯୁବକଙ୍କୁ ଥାନାକୁ ଡାକି ଆଇଆଇସି ସନ୍ଧ୍ୟାରାଣୀ ଅମାନୁଷିକ ଭାବେ ନିର୍ଯାତନା ଦେଇଥିଲେ। ଯୁବକଙ୍କୁ ବାଡ଼ିରେ ପିଟିବା ସହ ଗୋଇଠା ପରେ ଗୋଇଠା ମାରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏସ୍ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା।
DGP has placed Inspector Sandhya Rani Jena IIC Patna PS of Keonjhar dist under suspension for her misconduct .
— DGP, Odisha (@DGPOdisha) May 23, 2020
Comments are closed.