ନୟାଗଡ଼: ୪ ବ୍ଲକ୍କୁ ବ୍ୟାପିଲା କରୋନା

ନୟାଗଡ଼: ରାଜ୍ୟରେ ଦିନକୁୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ସୁଦ୍ଧା ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୟାଗଡ଼ ଜିଲ୍ଲାର ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ନୟାଗଡ଼ ଜିଲ୍ଳାରେ ଆଉ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଁଞ୍ଚିଛି।
ଜିଲ୍ଲାରେ ପୂର୍ବରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୫ଜଣ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨୭ ଜଣ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଜିଲ୍ଲାର ୨ଟି ଓଡ଼ଗାଁ ଓ ଗଣିଆ ବ୍ଲକରୁ ଚିହ୍ନଟ ହୋଇଥିଲେ। ଆଜି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ରଣପୁର ବ୍ଲକରୁ ୩ଜଣ ଓ ଦଶପଲ୍ଲା ବ୍ଲକରୁ ୨ଜଣ ବୋଲି ସୂଚନା ରହିଛି। ଫଳରେ ଜିଲ୍ଲାର ମୋଟ ୪ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି।
ନୟାଗଡ଼ରେ ଆଜି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁରଟ ଫେରନ୍ତା, ୨ ଜଣ ତେଲେଙ୍ଗାନା ଫେରନ୍ତା ଓ ଆଉ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି।
ଜିଲ୍ଲାରେ ବର୍ତ୍ତମାନ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଉ ୩୧ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.