ଗରିବ ଓ ପ୍ରବାସୀଙ୍କ ପାଇଁ ଟ୍ରେଜେରି ତାଲା ଖୋଲୁ ମୋଦି ସରକାର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍କୁ ପ୍ରତିହକ କରିବା ପାଇଁ ଲକ୍ଡାଉନ୍ କଟକଣା ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଲକ୍ଡାଉନ୍ ପାଇଁ ସମସ୍ତ କ୍ଷେତ୍ରରେ ଅସୁବିଧା ପରିଲିକ୍ଷିତ ହୋଇଛି। ଏସବୁ ମଧ୍ୟରେ ସବୁଠୁ ବେଶି ଅସୁବିଧାରେ ଅଛନ୍ତି ଗରିବ ଲୋକ ଓ ପ୍ରବାସୀ ଶ୍ରମିକ। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଆଜି ସ୍ପିକ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିିଳିଛି। କରୋନା ସଙ୍କଟରେ ପ୍ରବାସୀ ଶ୍ରମିକ ଖାଲି ପାଦରେ ଶହ ଶହ କିଲୋମିଟର ନିଜ ଭିଟାମାଟିକୁ ବାଧ୍ୟ ହୋଇଛି। କେବଳ ସରକାରଙ୍କୁ ଛାଡ଼ିଦେଲେ ସମସ୍ତେ ଏହି ପ୍ରବାସୀଙ୍କ ଦୁଃଖ ଜାଣି ପାରୁଛନ୍ତି।
ଏଥିସହିତ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟ୍ରେଜେରି ଖୋଲିବାକୁ ଅନୁରୋଧ କରିଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି। ପ୍ରତି ଗରିବ ପରିବାର ପିଛା ମାସିକ ୭୫୦୦ ଟଙ୍କା ଦେବାକୁ ସରକାରଙ୍କୁ କହିଛନ୍ତି ସୋନିଆ। ଏଥିସହିତ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରେ ପହଁଞ୍ଚେଇବାର ବ୍ୟବସ୍ଥ ସରକାର କରନ୍ତୁ ବୋଲି ସୋନିଆ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, “କୋଟି କୋଟି ଚାକିରି ଚାଲିଯାଇଛି, ଲକ୍ଷ ଲକ୍ଷ ବ୍ୟବସାୟ ବନ୍ଦ ହୋଇଯାଇଛି। ଫସଲ ବିକ୍ରୟ ପାଇଁ ଚାଷୀଙ୍କୁ ହଈରାଣ ହେବାକୁ ପଡ଼ୁଛି। ସମଗ୍ର ଦେଶ ଏହି ଦୁଖଃ ସହିଛି କିନ୍ତୁ ବୋଧହୁଏ ସରକାର ଏହା ଜାଣି ନାହାଁନ୍ତି। ପ୍ରଥମ ଦିନରୁ ପ୍ରତ୍ୟେକ କଂଗ୍ରେସ କର୍ମୀ, ଅର୍ଥନୀତିଜ୍ଞ ଏବଂ ସମାଜର ପ୍ରତ୍ୟେକ ବିଭାଗ କହିଥିଲେ ଯେ କ୍ଷତକୁ ସୁସ୍ଥ କରିବା ପାଇଁ ଏହା ହେଉଛି ସମୟ।
Comments are closed.