ସୁସ୍ଥ ହେଲେ ଆଉ ୬୫ ଆକ୍ରାନ୍ତ
![](https://www.odishalink.com/wp-content/uploads/2020/04/Corona-Outbreak-in-Odisha-scaled-750x430.jpg)
ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଆଉ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଲରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୪୮୧ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ଗଞ୍ଜାମର, ଜଗତସିଂହପୁର ଓ କେନ୍ଦ୍ରାପଡା ର ୧୦ ଜଣ ଲେଖାଏଁ, ଭଦ୍ରକର ୮, କେନ୍ଦୁଝରର ୭, ବଲାଙ୍ଗିରର ୬, ଖୋର୍ଦ୍ଧାର ୩, ବାଲେଶ୍ୱର ଓ ଯାଜପୁରର ୨ ଜଣ ଲେଖାଏଁ, ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି। ୧୪୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୯୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେୁଛନ୍ତି।
Comments are closed.