ନୟାଗଡ଼ରେ ନର୍ସଙ୍କୁ କରୋନା, ଆଜି ଆଉ ୭ ଚିହ୍ନଟ
![](https://www.odishalink.com/wp-content/uploads/2020/05/Corona-in-Nayagarh-Odisha.jpg)
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପ୍ରଥମ କରି ଜିଲ୍ଲାରେ ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି।
ପିଜିଟିଭ୍ ଚିହ୍ନଟ ହୋଇଥିବା ନର୍ସ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ କିଛି କର୍ମଚାରୀ ଆଉ କିଛି ରୋଗୀଙ୍କୁ ଖଣ୍ଡପଡ଼ା ସ୍ଥିତ କୋଭିଡ କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ବାର୍ଡ ଓ ମାତୃ ଶିଶୁ ଗୃହର ଗୋଟିଏ ଓ୍ବାର୍ଡକୁ ସିଲ୍ କରାଦିଆଯାିଥିବା ସୂଚନା ରହିଛି ।
ଏଥିସହିତ ଆଜି ନୟାଗଡ଼ରେ ଆଉ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୭୬ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ବର୍ତ୍ତମାନ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଭଲ ଖବର। ଅପରପକ୍ଷେ ୩୧ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.