Odisha Link
Bridging the Missing Links in Odisha

କରୋନା: ଆଉ ୯୦ ଆକ୍ରାନ୍ତ ଚିହ୍ନଟ, ମୋଟ ୨୪୭୮

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୨୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ରହିଛି।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଖୋର୍ଦ୍ଧା – ୨୫, ନୟାଗଡ-୭, ଅନୁଗୁଳ-୧, ବାଲେଶ୍ୱର-୧, ଭଦ୍ରକ-୯, କଳାହାଣ୍ଡି-୧, ଗଞ୍ଜାମ-୨୨, ସମ୍ୱଲପୁର-୧, ସୁନ୍ଦରଗଡ-୫, ପୁରୀ-୨, କଟକ-୫, ବରଗଡ-୧, ଢେଙ୍କାନାଳ-୧୦ ଚିହ୍ନଟ ।

ରାଜ୍ୟରେ ବର୍ତ୍ତମାନ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୪୧୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି। ୧୦୫୩ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.