କରୋନା: ରାଜ୍ୟରେ ୯ ଛୁଇଁଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଆଜି ୧୬ଟି ଜିଳ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ପଧକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମର ଜଣେ ୫୫ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ଯକ୍ଷ୍ମା ଓ ଅନାନ୍ୟ ରୋଗର ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ରାଜ୍ୟରେ ଖୋର୍ଦ୍ଧାରୁ ୪ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଗଞ୍ଜାମରୁ ୪ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଅପରପକ୍ଷେ କଟକରେ ଜଣଙ୍କର ମୃତ୍ୟୁ ହୋଇଛି।
Regret to inform that a 55 year old male patient of Ganjam, who had tested positive for Covid, has passed away, while under treatment in hospital.
He was suffering from Tuberculosis and other comorbidities.
— H & FW Dept Odisha (@HFWOdisha) June 7, 2020
Comments are closed.