କରୋନା: ଭୁବନେଶ୍ବରରୁ ଆଉ ୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଆଜି ସକାଳେ ରାଜ୍ୟରେ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିସହିତ ଭୁବନେଶ୍ୱରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ କ୍ବାରାଣ୍ଟିନ୍ରେ ଥିଲେ। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଅନ୍ୟ ଜଣେ ନୟାପଲ୍ଲୀ ଶ୍ରୀରାମ ବିହାର ଆପର୍ଟମେଣ୍ଟର ବୋଲି ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି।
କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସୁରତ୍ ଲିଙ୍କ୍ ଥିବା ଜଣାଯାଇଛି। ତାଙ୍କ ପରିବାରରୁ ଜଣ ସୁରତ୍ ଯାଇଥିଲେ। ଏହି ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମନଗରର ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧ। ସେ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ।
Update on newly detected & cured #COVID19 cases in the last 24 hrs under BMC area on 11th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Q4WwvVXNxK— BMC (@bmcbbsr) June 11, 2020
Comments are closed.