ରଜ ପାଇଁ ଆଜି ରାତି ୧୦ ଯାଏଁ କର୍ଫ୍ୟୁ କୋହଳ

ଭୁବନେଶ୍ୱର: ଆଗକୁ ଆସୁଛି ରଜ। ସେଥିପାଇଁ ଆଜି ରାଜ୍ୟରେ ରଜ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ। ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଶୁକ୍ରବାର ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ। ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ। ତେଣୁ ଶୁକ୍ରବାର ସନ୍ଧ୍ୟାରେ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଗତକାଲି ସୂଚନା ଦେଇଥିଲେ।
ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା। ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ। ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ।ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି।
Comments are closed.