କରୋନା: ଆଉ ୧୮୬ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ମୋଟ ୨୦ଟି ଜିଲ୍ଲାରୁ ୧୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳରୁ ସର୍ବାଧିକ ୨୨ ଓ ଖୋର୍ଦ୍ଧାରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା-୨, କେନ୍ଦୁଝର-୧୧, ଯାଜପୁର-୧୨, ମାଲକାନଗିରି-୧, କଟକ-୧୨, ଜଗତସିଂହପୁର-୧୧, ଅନୁଗୁଳ-୧, ଢେଙ୍କାନାଳ-୨, ଭଦ୍ରକ-୧, ଗଜପତି-୧୫, ବରଗଡ-୧୬, କଳାହାଣ୍ଡି-୧୬, ଗଞ୍ଜାମ-୪, ପୁରୀ-୭, ସୁନ୍ଦରଗଡ-୩, ବଲାଙ୍ଗୀର-୨, ମୟୂରଭଞ୍ଜ-୧୩, କେନ୍ଦ୍ରପଡାରୁ ଜଣେ ଚିହ୍ନଟ ହୋଇଛନ୍ତି।
ଏଥିସହିତ ଆଜି ଗଞ୍ଜାମର ଜଣେ ୫୦ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଡାଇବେଟିସ୍, କିଡନ ରୋଗ ଭଳି ରୋଗରେ ପିଡ଼ିତ ଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଁଞ୍ଚିଛି।
Comments are closed.