ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ: ଗତକାଲି ବଲିଉଡର ଷ୍ଟାଇଲିସ୍ ହିରୋ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇ ଯାଇଥିଲା। ଗତକାଲି ରାତିରେ ହିଁ ସୁଶାନ୍ତଙ୍କ ପୋଷ୍ଟମଟମ ହୋଇଥିଲା। ତାହା ରିପୋର୍ଟ ମଧ୍ୟ ଆସିଯାଇଛି। ମୃତ୍ୟୁ ଫାଶୀ ଲଗାଇବା ଦ୍ବାରା ହୋଇଛି ବୋଲି ପୋଷ୍ଟମଟମ ରିପୋର୍ଟରେ ପ୍ରକାଶ ପାଇଛି। ଏଥିସହିତ ସୁଶାନ୍ତଙ୍କ କରୋନା ଟେଷ୍ଟ ମଧ୍ୟ ହୋଇଥିଲା। ଏବଂ ରିପୋର୍ଟ ନେଗେଟିଭ ଆସିଥିଲା। ସୁଶାନ୍ତଙ୍କ ଶରୀର କିଛି ଅଙ୍ଗ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ସେଠାରେ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଯାଞ୍ଚ ହେବ। ଅଙ୍ଗ ପ୍ରତ୍ୟଙ୍ଗରେ ବିଷ ଅଛି କି ନାହିଁ ପରୀକ୍ଷା କରାଯିବ।
ଅପରପକ୍ଷେ ଆଜି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯିବ। ସେଥିପାଇଁ ପାଟଣାରୁ ତାଙ୍କ ପରିବାର ଲୋକ ଆଜି ମୁୁମ୍ବାଇରେ ପହଁଞ୍ଚିଛନ୍ତି। ଆଉ କିଛି ସମ୍ପର୍କୀୟ ଦିନ ୧୧ଟାରେ ପହଁଞ୍ଚିବାର ଅଛି। ପରେ ମୁମ୍ବାଇରେ ହିଁ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି।
ସୂଚନାଥାଉକି, ଗତକାଲି ୩୪ ବର୍ଷ ବୟସରେ ବଲିଉଡର ଷ୍ଟାଇଲିସ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଛି। ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ସୁଶାନ୍ତ। ଯାହାଫଳରେ ବଲିଡଉରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତଙ୍କ ବିୟୋଗକୁ ସିନେ ପ୍ରେମୀ ସହଜରେ ଗ୍ରହଣ କରି ପାରୁନାହାନ୍ତିି।
କିଛି ମାସ ତଳେ ଆତ୍ମହତ୍ୟା ବିଫଳତା ଓ ଆତ୍ମବିଶ୍ବାସ ଉପରେ ଆଧାରିତ ଚଳଚ୍ଚିତ୍ର “ଛିଛୋରେ” ରେ ମୁଖ୍ୟ ଭୂମିକା ରେ ଆସି ଦର୍ଶକଙ୍କ ହୃଦୟ ଜିତିଥିବା ଓ ଦର୍ଶକଙ୍କୁ ଆତ୍ମହତ୍ୟା କେବେ ବି ସମାଧାନ ନୁହେଁ ,ସଫଳ ହୁଅ କି ବିଫଳ ଜୀବନ ହିଁ ସବୁ କିଛି ବୋଲି ଶିକ୍ଷା ଦେଇଥିବା ସୁଶାନ୍ତ ନିଜେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ବ୍ୟଥିତ କରିଛି। ସୁଶାନ୍ତ ବଲିଉଡରେ ୧୨ଟି ଫିଲ୍ମ କରିଥିଲେ।
Comments are closed.