Odisha Link
Bridging the Missing Links in Odisha

ସ୍ମୃତିରଞ୍ଜନ ହେଲେ ଓଡ଼ିଶା ଯୁବ କଂଗ୍ରେସ ସଭାପତି

ଭୁବନେଶ୍ବର: ବଦଳିଲେ ଓଡ଼ିଶା କଂଗ୍ରେସ ଯୁବ ସଭାପତି। ସ୍ମୃତିରଞ୍ଜନ ଲେଙ୍କା ହେଲେ ଓଡ଼ିଶ ଯୁବ କଂଗ୍ରେସ ସଭାପତି। ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି। ସ୍ମୃତିରଞ୍ଜନଙ୍କୁ ଭାରତୀୟ ଯୁବ କଂଗ୍ରେସର ସଭାପତି ନିଯୁକ୍ତି ଦେଇଛନ୍ତି। ଭାରତୀୟ ଯୁବ କଂଗ୍ରେସ କେନ୍ଦ୍ରୀୟ ସଂଗଠନ ସଭାପତି ବି.ଭି.ଶ୍ରୀନିବାସ ଗତକାଲି ଚିଠି ମାଧ୍ୟମରେ ଏନେଇ ଅବଗତ କରାଇଛନ୍ତି।

ପୂର୍ବରୁ ସ୍ମୃତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପଦବୀରେ ଥିବାବେଳେ ଭାରତୀୟ ଯୁବ କଂଗ୍ରେସର ସର୍ବ ଭାରତୀୟ ସଂପାଦକ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ତେବେ ସବୁ ଆଶାୟୀଙ୍କୁ ପଛରେ ପକାଇ ସ୍ମୃତି ମଧ୍ୟବର୍ତ୍ତୀ କାଳୀନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

ପୂର୍ବ ସଭାପତି ଲୋକନାଥ ମହାରଥୀ ୪ ବର୍ଷ ଧରି ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ତେବେ ରାତି ଅଧିଆ ହଠାତ୍ ମଧ୍ୟବର୍ତ୍ତୀକାଳୀନ ସଭାପତି ନିଯୁକ୍ତି କୁ ହଜମ କରିପାରିନାହାନ୍ତି ଆଶାୟୀ ଓ କର୍ମୀ। ମନୋଜ ବିଶ୍ଵାଳ, ରାଜୀବ ପଟ୍ଟନାୟକ ଓ ଅଭିଳାଷ ମାଣିଆ ଯୁବ କଂଗ୍ରେସ ସଭାପତି ଦୋୖଡରେ ଥିଲେ। ନୂଆ ସଭାପତି ନିଯୁକ୍ତି ପରେ ଯୁବ କଂଗ୍ରେସରେ ଚାପା ଅସନ୍ତୋଷ ଦେଖାଦେଇଛି। ଯାହାକୁ ଆଗାମୀ ଦିନରେ ପରିଚାଳନା କରିବା ନୂଆ ସଭାପତି ଙ୍କ ପାଇଁ ଚାଲେଞ୍ଜ ହେବ ବୋଲି ରାଜନୈିତିକ ବିଶେଷଜ୍ଞ କହିଛନ୍ତି।

Comments are closed.