ବଡ଼ ଖବର: କଟକଣା ମଧ୍ୟରେ ହେବ ରଥଯାତ୍ରା, ଗଡ଼ିବ ରଥ
ନୂଆଦିଲ୍ଲୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର। ସମସ୍ତ କଳ୍ପନା ଜଳ୍ପନର ଅନ୍ତ ଘଟିଲା। ଆସନ୍ତାକାଲି ଅନୁଷ୍ଠିତ ହବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରିନ୍ ସିଗନାଲ। ୩ ଜଣିଆ ଖଣ୍ଡପୀଠରେ ସିଜେଆଇ ଏସ୍. ଏ ବୋବଡେ, ଜଷ୍ଟିସ୍ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନା ରଥଯାତ୍ରା ମାମଲାର ଶୁଣାଣି କରିଛନ୍ତି। ଏଥିସହିତ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ହେଭିଓ୍ବେଟ ଓକିଲ। କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ବିନା ଭକ୍ତଙ୍କ ସମାଗମରେ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। କେବଳ ପୁରୀରେ ରଥଯାତ୍ରା ହେବା ପାଇଁ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।
ଶୁଣାଣି ବେଳେ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କୁ ଚେତାଇଲେ ସିଜେଆଇ ଏସ୍.ଏ ବୋବଡେ। କହିଲେ, ସଂକ୍ରମଣ ଯେମିତି ନବ୍ୟାପିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ, ରାଜ୍ୟ ସରକାର ଏନେଇ ତ୍ୱରିତ କାର୍ଯ୍ୟ କରନ୍ତୁ। ସଂକ୍ରମଣ ବଢ଼ିଲେ ଆମ ମୁଣ୍ଡ ତଳକୁ ହେବ। ଏଥିପାଇଁ ଆମେ ଯତ୍ନବାନ କହିଲେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ କହିଛନ୍ତି।
ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟ ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଥିଲେ। ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ସିଜେଆଇ ନାଗପୁରସ୍ଥିତ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିଛନ୍ତି।
ସୂଚନାଥାଉକି, ଆଜି ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି। ବିନା ଭକ୍ତରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ଗଜପତିଙ୍କ ପରାମର୍ଶ ଆଧାରରେ ସତ୍ୟପାଠ ଦାଖଲ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସଲିସିଟର ଜେନେରାଲ କହିଛନ୍ତି।
ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାକୁ ବନ୍ଦ କରାନଯାଉ। କେବଳ ନେଗେଟିଭ ଟେଷ୍ଟ ହୋଇଥିବା ସେବାୟତମାନଙ୍କୁ ଏଥିରେ ସାମିଲ କରାଯାଉ ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି। ପୂର୍ବ ଶୁଣାଣୀ ବେଳେ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ରାୟ ଶୁଣାଇଥିଲେ।
Comments are closed.