Odisha Link
Bridging the Missing Links in Odisha

ରଥଯାତ୍ରା ମାମଲା: ଅପରାହ୍ନ ୨.୩୦ରେ ଶୁଣାଣି

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରିବର୍ତ୍ତେ ୨ଟା ୩୦ରେ ରଥଯାତ୍ରା ମାମଲାର ଶୁଣାଣି କରାଯିବ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏହି ୩ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ, ସିଜେଆଇ ଏସ୍‌ ଏ ବୋବଡେ ଓ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ଅଛନ୍ତି।

ସୂଚନାଥାଉକି, ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି। ବିନା ଭକ୍ତରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ଗଜପତିଙ୍କ ପରାମର୍ଶ ଆଧାରରେ ସତ୍ୟପାଠ ଦାଖଲ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସଲିସିଟର ଜେନେରାଲ କହିଛନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାକୁ ବନ୍ଦ କରାନଯାଉ। କେବଳ ନେଗେଟିଭ ଟେଷ୍ଟ ହୋଇଥିବା ସେବାୟତମାନଙ୍କୁ ଏଥିରେ ସାମିଲ କରାଯାଉ ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି। ପୂର୍ବ ଶୁଣାଣୀ ବେଳେ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ରାୟ ଶୁଣାଇଥିଲେ। କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳି ଯାଇଥିବାରୁ ରଥଯାତ୍ରା ହେବାର ସମ୍ଭାବନା ବୃଦ୍ଧି ପାଇଛି।

Comments are closed.