Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ନିରବ, ଆତ୍ମସମର୍ପଣ କରିଦେଲେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ସ୍କାନରରେ ମୋଦି ସରକାର। କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ରାହୁଲ। ଲଦାଖ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୨୦ ଯବାନଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ କରିଆସୁଛନ୍ତି ରାହୁଲ। ଏସବୁ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ପୁଣିଥରେ ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ। ରାହୁଲ କହିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ।

ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ, କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ ବୋଲିି କହିଛନ୍ତି। ଏଥିସହିତ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନୀରବ। ସେ ମହାମାରୀ ଆଗରେ ଆତ୍ମସମର୍ପଣ କରିଛନ୍ତି ଓ ଏହାର ମୁକାବିଲା କରିବା ପାଇଁ ମନା କରିଛନ୍ତି।

ସୂଚନାଥାଉକି, ଦେଶରେ ୫ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୋଦି କହିଥିଲେ ଯେ, କରୋନାରୁ କେବେ ମୁକ୍ତି ମିଳିବ ତାହା ଜଣାନାହିଁ। ଯାହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

Comments are closed.