ଆଜିଠୁ ଗଞ୍ଜାମରେ ୪ ଦିନିଆ ସଟ୍ଡାଉନ୍, ୧୫ ଦିନ ପର୍ଯ୍ୟନ୍ତ ସହରକୁ ନଆସିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣରେ ସବୁଠୁ ଆଗରେ ରହିଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସହରାଞ୍ଚଳକୁ ନ ଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ। କୌଣସି ଜରୁରୀ କାର୍ଯ୍ୟନ ଥିଲେ ସହରାଞ୍ଚଳକୁ ଆସନ୍ତୁ ନାହିଁ ବୋଲି ଟୁଇଟ୍ କରି ସେ କହିଛନ୍ତି।
ଏଥିସହିତ ଜିଲ୍ଲପାଳ ଆହୁରି ମଧ୍ୟ ମାସ୍କ ପିନ୍ଧିବାକୁ, ବାରମ୍ବାର ହାତ ଧୋଇବାକୁ, ଜନଗହଳିଠାରୁ ଦୂରେଇ ରହିବାକୁ ଓ ଦୁଇ ମିଟର ଦୂରତା ବଜାୟ ରଖିବାକୁବି ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ଆଜିଠୁ ୩୦ ତାରିଖ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଟ୍ଡାଉନ ଘୋଷଣା କରାଯାଇଛି। କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ କୋହଳ ହେବ ନିୟମ। ଏହି ସଟ୍ଡାଉନରେ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ ଡାକ୍ତରୀ ଟିମ୍। ଏଥିପାଇଁ ୭୦ଟି ଟିମ୍ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
We request people in Rural area not to visit Urban area for next fifteen days if not any emergency. Avoid crowds.
Use mask 😷.
Keep two metre distance from other person.
Wash hands.@CMO_Odisha @HFWOdisha— Collector & District Magistrate, Ganjam (@Ganjam_Admin) June 27, 2020
Comments are closed.