Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଭାରତୀୟ ସେନା ଓ ସ୍ଥାନୀୟ ପୁଲିସ୍‌ କର୍ମଚାରୀଙ୍କୁ କ୍ରମାଗତ ସଫଳତା ମିଳୁଛି। ଅନନ୍ତନାଗ ଜିଲ୍ଲାର କୁଚବିହାର ଅଞ୍ଚଚଳରେ ସୁରକ୍ଷା ବଳ ୩ ଆତଙ୍କବାଦୀଙ୍କୁ ନିପାତ କରିଛି। ସେହି ସ୍ଥାନରୁ ଏକେ-୪୭ ଏବଂ ପିସ୍ତଲ ମଧ୍ୟ ଜବତ କରାଯାଇଛି।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ୧୯ ରାଷ୍ଟ୍ରୀୟ ରାଇଫଲ ଓ ସିଆରପିଏଫର ଏକ ମିଳିତ ଟିମ ଓ ଆତଙ୍କବାଦୀ ଅନନ୍ତନାଗର ରୁନିପୋରା ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ । ତାପରେ ସୁରକ୍ଷାବଳ ଆତଙ୍କବାଦୀଙ୍କୁ ଚାରିପଟୁ ଘେରାଉ କରିଥିଲେ। ଖସି ନପାରି ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ। ସୁରକ୍ଷାବଳ ଏହାର ମୁହଁତୋଡ ଜବାବ ଦେଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି।

ସୂଚନାଥାଉକି, ୨୬ ଜୁନରେ ପୁଲଓ୍ବାମା ଜିଲ୍ଲାର ଭାଲ ଅଞ୍ଚଳରେ ସୁରକ୍ଷା ବଳ ୩ ଆତଙ୍କବାଦୀଙ୍କୁ ମାରି ଗଡ଼େଇଥିଲେ। ସବୁଠାରୁ ବଡ଼ କଥା ହେଲା ଚଳିତ ମାସରେ ମୋଟ ୧୭ଟି ଏନକାଉଣ୍ଟର ହୋଇଛି। ଏବଂ ୪୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Comments are closed.