Odisha Link
Bridging the Missing Links in Odisha

ଚାକିରିରୁ ବିଦା ହେଲେ ଥାନା ଅଧିକାରୀ ଆନନ୍ଦ ମାଝୀ

ଭୁବନେଶ୍ବର: ଶେଷରେ ଚାକିରିରୁ ତଡ଼ା ଖାଇଲେ ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଥାନା ଅଧିକାରୀ ଆନନ୍ଦ ମାଝୀ। ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଅଭୟ ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭପାତ କରାଯାଇଥିଲା। ପରେ ଡିଜିପି ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା।

ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। ଆଉ ପ୍ରଥମେ ନିଲମ୍ବନ ପରେ ଆଜି ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଡିଜିପି।

Comments are closed.