Odisha Link
Bridging the Missing Links in Odisha

ଆଜିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ବର: ଏଣିକି ଦିର୍ଘ ଦିନର ବ୍ୟବଧାନ ପରେ ଆଜିଠୁ କାଉଣ୍ଟରରେ ମିଳୁଛି ମଦ। କାଉଣ୍ଟରରେ ମଦ ବିକ୍ରୀ ନେଇ ଅନୁମତି ଦେଇଛନ୍ତି ଅବକାରୀ ବିଭାଗ। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମଦ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଛି ଅବକାରୀ ବିଭାଗ।

ସେହିପରି ମଦର ହୋମ୍ ଡେଲିଭରୀ ମଧ୍ୟ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏବଂ ଆବଶ୍ୟକ ପଡିଲେ ଭିଡ ନିୟନ୍ତ୍ରଣ ପାଇଁ ଦୋକାନ ସାମ୍ନାରେ ବ୍ୟାରିକେଟ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଅବକାରୀ ବିଭାଗ।

ଏଥିସହିତ ଅଧିକ କର୍ମଚାରୀ ମଧ୍ୟ ଦୋକାନୀ ମାଲିକ ନିୟୋଜିତ କରିପାରିବେ। ଅନ ସପ ଗୁଡିକ ଅଫ୍ ସପ ଭାବରେ ବିକ୍ରି କରିପାରିବେ। ମଦ ବିକ୍ରି କରୁଥିବା କର୍ମଚାରୀ ମାସ୍କ ପିନ୍ଧିବେ ଏବଂ ଗ୍ରାହକ ମାସ୍କ ପିନ୍ଧିନଥିଲେ ମଦ ଦିଆଯିବ ନାହିଁ ।ସେହିଭଳି ମଦ ବିକ୍ରି କରୁଥିବା କର୍ମଚାରୀ ମାସ୍କ ପିନ୍ଧିବେ ଏବଂ ଗ୍ରାହକ ମାସ୍କ ପିନ୍ଧିନଥିଲେ ମଦ ଦିଆଯିବ ନାହିଁ। ମଦ ଦୋକାନ ଉପରେ ରହିବ ପୁଲିସ ଓ ଅବକାରୀ ବିଭାଗ କଡା ନଜର । ତେବେ କୋଭିଡ କଟକଣା ଭାଙ୍ଗିଲେ ଦୋକାନ ସିଲ୍ କରିପାରିବେ ଜିଲ୍ଲାପାଳ।

Comments are closed.