ଆଜି ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ
![](https://www.odishalink.com/wp-content/uploads/2020/07/lord-jaganath.jpg)
ପୁରୀ: ସରିଲା ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା। ଆଜି ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ସୁନା ବେଶ। ଗତକାଲି ବାହୁଡା ଯାତ୍ରା ପରେ ଶ୍ରୀମନ୍ଦିର ଫେରନ୍ତା ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା।
ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ଆଜି ମଧ୍ୟାନ ଧୂପ ପରେ ଆରମ୍ଭ ହେବ ସୁନାବେଶ। ଭଣ୍ଡାର ଘରୁ ପୁଲିସ୍ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିବ ମହାପ୍ରଭୁକଙ୍କର ମହଣ ମହଣ ସୁନା। ସେବାୟତମାନେ ମହାପ୍ରଭଙ୍କୁ ଲାଗି କରିବେ ସୁନା। ୩ଟା ୩୦ ମିନିଟ ସମୟରେ ଆରମ୍ଭ ହେବ ସୁନାବେଶ ନୀତିକାନ୍ତି। ଏହାପରେ ସାଢ଼େ ୩ଘଣ୍ଟା ପରେ ସୁନା ବେଶ ଶେଷ ହେବ।
ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଶ୍ରୀଜୀଉଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ଶେଷ କରି ସୁନାବେଶ ଅନୁଷ୍ଠିତ ହେବ। ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ। ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଷ ଅଧିକ ରହିଛି। ତେବେ ଆଜି ସୁନାବେଶର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବରେ ସମାପନ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଯାଇଛି।
Comments are closed.