ରାଜ୍ୟରେ ୩୪ ଛୁଇଁଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଦିନକୁୁ ଦିନ କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୨୪ଟି ଜିଲ୍ଲାରୁ ୪୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରେ ଦିନକରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ରାଜ୍ୟରେ ସର୍ବାଧିକ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଦିନକରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସେ ମଧ୍ୟରୁ ଗଞ୍ଜାମରୁ ୩ଜଣ ମୃତ୍ୟୁ କରିଥିବା ବେଳେ ୨ଜଣ ଖୋର୍ଦ୍ଧାରୁ ମୃତ୍ୟୁବରଣ କରିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସମୟରେ ୩୪ରେ ପହଁଞ୍ଚିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଗଞ୍ଜାମରୁ ସର୍ବାଧିକ ୨୦ଜଣ ମୃତ୍ୟୁ କରିଥିବା ବେଳେ ଖୋର୍ଦ୍ଧାରୁ ୭ଜଣଙ୍କର ମୃତ୍ୟୁ ହେଉଛି। କଟକରୁ ୪ଜଣ ଓ ପୁରୀ, ଅନୁଗୁଳ ଓ ବରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
Comments are closed.