କଟକ ସହର ଜୁଲାଇ ୮ ଯାଏଁ ସଟ୍ଡାଉନ୍
କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନଜର ରଖି ସିଏମସି ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ଜୁଲାଇ ୮ ତାରିଖ ଯାଏଁ କଟକ ସହରକୁ ସମ୍ପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କଲା ସିଏମସି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୮ ତାରିଖ ମଧ୍ୟରାତ୍ର ଯାଏଁ ସଟ୍ଡାଉନ୍ ଘୋଷଣା କରିଛି ସିଏମସି। ଏବଂ ତତ୍କାଳୀନ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସକାଳ ୫ରୁ ସଂନ୍ଧ୍ୟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ଗ୍ରୋସରୀ, ପରିବା, କ୍ଷୀରଦୋକାନ ଖୋଲିବାକୁ ସର୍ତମୂଳକ ଅନୁମତି ଦିଆଯାଇଛି।
ସେହିପରି ଔଷଧ ଦୋକାନ ମଧ୍ୟ ଖୋଲା ରହିବ। ଆଜି ସକାଳେ କଟକ ରାଣୀହାଟ ମାଳିସାହି ଅଞ୍ଚଳକୁ କଣ୍ଟନେମଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ସଂପୃକ୍ତ ଅଞ୍ଚଳରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା। ଅନ୍ୟପଟେ କଟକ କ୍ୟାନସର ହସ୍ପିଟାଲରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଗତ ୧୦ ଦନରେ କ୍ୟାନସର ହସ୍ପିଟାଲରୁ ୭୬ ଆକ୍ରାନ୍ତ ଚିହ୍ନଟ ହେଲେଣି। ଯାହାକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଛି ସିଏମ୍ସି।
Comments are closed.