ବଡ଼ ଖବର: ୨୪ ଘଣ୍ଟାରେ ୪୯୫ ଆକ୍ରାନ୍ତ ଚିହ୍ନଟ, ୫ ମୃତ
ଭୁବନେଶ୍ବର: ରାଜ୍ୟରେ ଆଜି ୨୪ଟି ଜିଲ୍ଲାରୁ ୪୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ରାଜ୍ୟରେ ଦିନକରେ ୫ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ରେ ପହଁଞ୍ଛିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛି। ଯାହା ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହପିରି ଅନୁଗୁଳ-୨୪, ବାଲେଶ୍ୱର-୧୩, ବରଗଡ-୨, ଭଦ୍ରକ-୧୨, କଟକ-୧୩, ଢେଙ୍କାନାଳ-୧, ଗଜପତି-୭, ଜଗତସିଂହପୁର-୧୨, ଯାଜପୁର-୧, ଝାରସୁଗୁଡା-୮, କନ୍ଧମାଳ-୮ ଚିହ୍ନଟ। ଏଥସିହିତ କେନ୍ଦ୍ରାପଡା-୧୧, କେନ୍ଦୁଝର-୫, ଖୋର୍ଦ୍ଧା-୫୦, କୋରାପୁଟ-୫, ମାଲକାନଗିରି-୫, ମୟୂରଭଞ୍ଜ-୨୮, ନବରଙ୍ଗପୁର-୧୧, ନୟାଗଡ-୧, ପୁରୀ-୧୮, ସମ୍ବଲପୁର-୬, ସୋନପୁର-୨, ସୁନ୍ଦରଗଡ-୩୬ ଚିହ୍ନଟ ।
Comments are closed.