କାଲି ସମ୍ବଲପୁର ସଟ୍ଡାଉନ୍
ସମ୍ବଲପୁର: ମହାମାରୀ କରୋନା ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି ଆସନ୍ତାକାଲି ରବିବାର ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍ ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ। ମହାମାରୀ ଆଇନ୍ ୧୮୯୭ ତଥା ବିପର୍ଯ୍ୟୟ ପ୍ରବନ୍ଧନ ଆଇନ୍ ୨୦୦୯ ଅନୁଯାୟୀ ନିଜ ସ୍ବତନ୍ତ୍ର କ୍ଷମତାର ଉପଯୋଗ କରି ଜିଲ୍ଲାପାଳ ଶୁଭମ୍ ସକ୍ସେନା ଉକ୍ତ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି।
ସଟ୍ଡାଉନ୍ ଦିନ ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ସମସ୍ତ ଡାକ୍ତରୀ ସଂସ୍ଥା ଯଥା ଡାକ୍ତରଖାନା, କ୍ଲିନିକ୍, ନର୍ସିଂହୋମ୍, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା), ପୁଲିସ୍, ଅଗ୍ନିଶମ ସେବା, ଜରୁରୀ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ, ଜଳଯୋଗାଣ, ପରିମଳ, ସ୍ବେରେଜ୍, ବିଦ୍ୟୁତ୍ ସେବା କର୍ମଚାରୀଙ୍କୁ ମଧ୍ୟ ସଟ୍ଡାଉନ୍ କଟକଣାରୁ ବାଦ ଦିଆଯାଇଛି। ଏହାଛଡ଼ା ମାଲ୍ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟକୁ ବାଦ ଦିଆଯାଇଛି।
Comments are closed.