ଗଞ୍ଜାମ: ପରଲୋକରେ ୪ କରୋନା ଯୋଦ୍ଧା
ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ଭାଇରସ୍ କରାଳ ରୂପ ଧାରଣ କରୁଛି। ରାଜ୍ୟର ଗଞ୍ଜାମ ଜିଲ୍ଲାରରେ କରୋନା ଭାଇରସ୍ ଉଗ୍ରରୂପ ଧାରଣ କରିଛି। ଏସବୁ ମଧ୍ୟରେ ଜିଲ୍ଲାରେ ୪ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।
ସୂଚନାଥାଉକି, ଗଞ୍ଜାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩୪୮ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।
We lost our four Covid Warriors. Entire District Administration is with their families. We request all people in Ganjam to follow social distancing norms . By doing this you will help our covid warriors in fighting this war @CMO_Odisha @HFWOdisha @SRC_Odisha pic.twitter.com/A92X1GQ0I7
— Collector & District Magistrate, Ganjam (@Ganjam_Admin) July 6, 2020
Comments are closed.