Odisha Link
Bridging the Missing Links in Odisha

ଚୌଦ୍ବାର ଜେଲରେ ପଶିଲା କରୋନା

କଟକ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏସବୁ ମଧ୍ୟରେ କଟକଣ ଚୌଦ୍ବାର ଜେଲରେ ପହଁଞ୍ଚିଛି କରୋନା। ଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି।

ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ଜଣେ କଏଦୀଙ୍କ ଚିକିତ୍ସା ଚାଲିଥିବା ବେଳେ ୪ ଜଣ ୱାର୍ଡର ଡ୍ୟୁଟି କରିଥିଲେ। ଡ୍ୟୁଟି କରିଥିବା ୪ ୱାର୍ଡରଙ୍କ ମଧ୍ୟରୁ ଜଣଙ୍କର ସ୍ୱାବ୍‌ ରିପୋର୍ଟ ପଜିଟିଭ ‌ଆସିଛି। ଏହି ଘଟଣା ପରେ ଜେଲ୍ ଓ ବାରାକ୍ ଷ୍ଟାଫ୍‌ଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟ ପ୍ରଶାସନ ନିକଟକୁ ଚିଠି ଲେଖିଛନ୍ତି।

Comments are closed.