ସଚିନ ପାଇଲଟ ବିଜେପିରେ ଅଛନ୍ତି: ପିଏଲ ପୁନିଆ

ଜୟପୁର: ରାଜସ୍ଥାନରେ ୧୮ ମାସର ଅଶୋକ ଗେହଲୋଟ୍ ସରକାରରେ ଦେଖିବାକୁ ମିଳିଛି ସଙ୍କଟ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଏହାକୁ ନଜରରେ ରଖି ଦଳର ବରିଷ୍ଠ ନେତା ପିଏଲ ପୁନିଆ କହିଛନ୍ତି ଯେ, ବର୍ତ୍ତମାନ ସଚିନ ପାଇଲଟ ବିଜେପିରେ ଅଛନ୍ତି।
ଏଥିସହିତ ବିଜେପିକୁ ଟାର୍ଗେଟ କରି ପୁନିଆ କହିଛନ୍ତି ଯେ, କଂଗ୍ରେସ ଦଳ ପ୍ରତି ବିଜେପିର ମନୋଭାବ କ’ଣ ରହିଛିସମସ୍ତେ ଜାଣନ୍ତି। ଆମକୁ ବିଜେପି ତରଫରୁ ପ୍ରମାଣପତ୍ର ଦରକାର ନାହିଁ। କଂଗ୍ରେସ ପାର୍ଟିରେ ସମସ୍ତ ନେତା ଓ କର୍ମୀଙ୍କୁ ସମ୍ମାନିତ କରାଯାଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ଶ୍ରୀ ପୁନିଆ କହିଛନ୍ତି।
#WATCH Sachin Pilot is now in Bharatiya Janata Party. Everyone knows BJP’s attitude towards Congress party. We don’t need a certificate from BJP. In Congress Party, all leaders and workers are respected: AICC general secretary in-charge of Chhattisgarh, PL Punia pic.twitter.com/kQNd77J2cK
— ANI (@ANI) July 13, 2020
ଅପରପକ୍ଷେ , ରାଜସ୍ଥାନରେ ରାଜନୈତିକ ହଟଚମଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛନ୍ତି। ଏବେ ବୈଠକ ଜାରି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଆରମ୍ଭ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ୯୦ରୁ ଉର୍ଦ୍ଧ୍ବ ବିଧାୟକ ଉପସ୍ଥିତ ରହିଛନ୍ତି ଏବଂ ୧୬ ଜଣ ବିଧାୟକ ଅନୁପସ୍ଥିତ ରହିଛନ୍ତି।
Over 90 MLAs at Rajasthan Chief Minister Ashok Gehlot's residence in Jaipur, for Congress Legislative Party meeting. The meeting has started: Sources. pic.twitter.com/QrnxjQxUKb
— ANI (@ANI) July 13, 2020
ଅପରପକ୍ଷେ, ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯୋଗ ଦେଇ ନାହାନ୍ତି। ବର୍ତ୍ତମାନ ଦିଲ୍ଲୀରେ ଥିବା ପାଇଲଟ୍ ଦାବି କରିଛନ୍ତି ଯେ, ତାଙ୍କ ସହିତ ୩୦ରୁ ଅଧିକ ବିିଧାୟକଙ୍କ ସମର୍ଥନ ରହିଛି।
Comments are closed.