ଡିଜିଟାଲ ଭାରତ ପାଇଁ ଗୁଗୁଲ କରିବ ୭୫ ହଜାର କୋଟି ନିବେଶ

ନୂଆଦିଲ୍ଲୀ: ପିଏମ୍ ମୋଦିଙ୍କ ଡିଜିଟାଲ ଇଣ୍ଡିଆରର ସ୍ବପ୍ନକୁ ସାକାର କରିବା ପାଇଁ ଗୁଗୁଲ ବଢ଼ାଇଲା ସହାୟତାର ହାତ। ଭାରତରେ ଡିଜିଟାଲ ଅର୍ଥନୀତିକୁ ଅଧିକରୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଭାରତ ସରକାରଙ୍କ ସହ ହାତ ମିଳାଇଛି ଗୁଗୁଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ ବୋଲି ଲେଖିବା ସହ ଗୁଗୁଲ ୭୫,୦୦୦ କୋଟି ଟଙ୍କାର ପାଣ୍ଠି ଦେବ ବୋଲି କହିଛନ୍ତି ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ। ଏ ନେଇ ଆଜି ଟୁଇଟ କରି ସୂଚନା ଦେଇଛନ୍ତି।
ଆଜି ମୁଁ ଗୁଗୁଲ୍ ପାଇଁ ଇଣ୍ଡିଆ ଡିଜିଟାଇଜେସନ୍ ପାଣ୍ଠି ଘୋଷଣା କରି ଉତ୍ସାହିତ ଅଛି। ଏହି ପ୍ରୟାସ ମାଧ୍ୟମରେ ଆମେ ଆସନ୍ତା ୫-୭ ବର୍ଷ ମଧ୍ୟରେ ଭାରତରେ ୭୫,୦୦୦ କୋଟି ବା ପ୍ରାୟ ୧୦ ବିଲିୟନ ଡଲାର ବିନିଯୋଗ କରିବୁ। ଇକ୍ୱିଟି ନିବେଶ, ସହଭାଗୀତା ଏବଂ କାର୍ଯ୍ୟକ୍ଷମ, ଭିତ୍ତିଭୂମି ଏବଂ ଇକୋସିଷ୍ଟମ୍ ନିବେଶର ମିଶ୍ରଣ ମାଧ୍ୟମରେ ଆମେ ଏହା କରିବୁ। ଏହା ଭାରତର ଭବିଷ୍ୟତ ଏବଂ ଏହାର ଡିଜିଟାଲ ଅର୍ଥନୀତି ଉପରେ ଆମର ଆତ୍ମବିଶ୍ୱାସର ପ୍ରତିଫଳନ ବୋଲି ଗୁଗୁଲ ଫର ଇଣ୍ଡିଆ ଅନଲାଇନ୍ ଇଭେଣ୍ଟରେ ପିଚାଇ କହିଛନ୍ତି।
ପିଚାଇ ଟୁଇଟ କରି ଲେଖିଛନ୍ତି ଯେ, “ଆଜି ଗୁଗୁଲ ଫର ଇଣ୍ଡିଆରେ ଆମେ ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ପାଇଁ ଏକ ନୂତନ ୭୫,୦୦୦ କୋଟି ଟଙ୍କାର ଡିଜିଟାଇଜେସନ୍ ପାଣ୍ଠି ଘୋଷଣା କରିଛୁ। ଡିଜିଟାଲ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ।
Today at #GoogleForIndia we announced a new $10B digitization fund to help accelerate India’s digital economy. We’re proud to support PM @narendramodi’s vision for Digital India – many thanks to Minister @rsprasad & Minister @DrRPNishank for joining us. https://t.co/H0EUFYSD1q
— Sundar Pichai (@sundarpichai) July 13, 2020
Comments are closed.