କରୋନା: ଆଉ ୪ଜଣଙ୍କର ମୃତ୍ୟୁ, ମୋଟ ୭୪

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ୧୪ ହଜାର ଟପିଲା କରୋନା ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୫୪୩ ଜଣ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୨୮୦ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ଆଉ ୪ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମର ଜଣେ ୮୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ଡାଇବେଟିସ୍ ଓ ହାର୍ଟ ରୋଗରେ ପୀଡ଼ିତ ଥିଲେ। ସେହିପରି କଟକର ଜଣେ ୭୧ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟବରଣ ହୋଇଥିବା ବେଳେେ ଭୁବନେଶ୍ବରରୁ ଜଣେ ୭୧ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ବ୍ଲଡ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ଏଥିସହିତ ଜଣେ ଏକ ବର୍ଷ ୩ ମାସର ଶିଶୁର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳ ୧, ବାଲେଶ୍ୱର ୮, ବରଗଡ ୩, ଭଦ୍ରକ ୧, ବଲାଙ୍ଗୀର ୫, ବୌଦ୍ଧ ୭, କଟକ ୩୯, ଢେଙ୍କାନାଳ ୨, ଗଜପତି ୨୯, ଜଗତସିଂହପୁର ୧୫, ଯାଜପୁର ୧, ଝାରସୁଗୁଡା ୬, କେନ୍ଦ୍ରାପଡା ୧୦, କେନ୍ଦୁଝର ୨୨, ଖୋର୍ଦ୍ଧା ୮୭, ମାଲକାନଗିରି ୧୧, ମୟୂରଭଞ୍ଜ ୨୨, ନୟାଗଡ ୧, ପୁରୀ ୭, ରାୟଗଡା ୨୪, ସମ୍ବଲପୁର ୨, ସୁନ୍ଦରଗଡ ୫୨ ଚିହ୍ନଟ ହୋଇଛନ୍ତି।
Comments are closed.