କରୋନା: ଚାଲିଗଲା ଆଉ ୩ ଜୀବନ
![](https://www.odishalink.com/wp-content/uploads/2020/04/Corona-Virus.jpg)
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ତା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୩ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ୮୬ରେ ପହଁଞ୍ଚିଛି ମୃତ୍ୟୁ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମୃତ୍ୟୁବରଣ କରିଥିବା ୩ଜଣଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମର ହୋଥିବା ବେଳେ ଜଣେ ଗଜପତିର। ଗଞ୍ଜମାର ୬୩ ଓ ୬୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିର ଜଣେ ୪୮ ବର୍ଷୀୟ ମହିଳା ଙ୍କ ମୃତ୍ୟୁବରଣ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୮୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Regret to inform the demise of 3 Covid positive patients while under treatment in hospitals.
1. A 63-year old Male of Ganjam district.
2. A 60-year old Male of Ganjam district.
3. A 48-year old female of Gajapati district who was also suffering from obesity and sleep apnea.
— H & FW Dept Odisha (@HFWOdisha) July 18, 2020
Comments are closed.