ଭଲ ଖବର: ସ୍ବେଦେଶୀ କରୋନା ଟୀକା Covaxinର ହ୍ୟୁମାନ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମଣ ଥମିବାର ନା ନେଉ ନାହିଁ । ଯେଉଥିପାଇଁ ଦେଶବାସୀ ସଙ୍କଟରେ। ଏସବୁ ମଧ୍ୟରେ ଏକ ଭଲ ଖବର। ମଣିଷ ଶରୀରରେ ଦେଶର ପ୍ରଥମ କରୋନା ଟୀକା ପରୀକ୍ଷା ଆରମ୍ଭ ହୋଇ ଯାଇଛି। ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସାମିଲ ହୋଇଛନ୍ତି।
ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକସିନ୍ ପରୀକ୍ଷଣ ମାନବ ଶରୀରରେ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି। ଦେଶର ୧୨ଟି ବଡ଼ ମେଡିକାଲରେ ଏହି ପରୀକ୍ଷଣ କରାଯାୁଛି। ଏହି ପରୀକ୍ଷଣରେ ଜଡିତ କିଛି ଲୋକଙ୍କୁ ଟିକା ଦିଆଯିବ ଏବଂ କିଛି ଲୋକଙ୍କୁ ସାଧାରଣ ଚିକିତ୍ସା ଦିଆଯିବ। ଏହି ଟୀକାକରଣ ଦର୍ଶାଇବ ଯେ ଟୀକା କେତେ ପ୍ରଭାବଶାଳୀ।
ଦେଶରେ ଆରମ୍ଭ ହୋଇଥିବା ଏହି ଟୀକାକରଣର ପ୍ରଥମ ମାନବ ପରୀକ୍ଷା ପ୍ରାୟ ଏକ ମାସ ଲାଗିବ। ପରୀକ୍ଷା ପରେ ପ୍ରକାଶ ପାଇଥିବା ତଥ୍ୟକୁ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆକୁ ପଠାଯିବ। ଏହା ପରେ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଅନୁମୋଦନ ହେବ। ମୋଟା ମୋଟି ଭାବେ କହିବାକୁ ଗଲେ, ଟିକା ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାୟ ୯୦ ଦିନ ଲାଗିବ |
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଟୁଇଟ କରି କହିଛନ୍ତି ଯେ, ସ୍ବେଦେଶୀ କରୋନା ଟୀକାର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇ ଯାଇଛି। କୋଭିହ ବିରୋଧୀ ଯୁଦ୍ଧରେ ଏବେ ଆମେ ନିର୍ଣ୍ଣାୟକ ସ୍ଥିତିରେ ପହଁଞ୍ଚିବାକୁ ଯାଉଛେ। କିଛି ମାସ ଧରି କରୋନା ଟୀକା ନିର୍ମାଣ କରିବା ନେଇ ଯେଉଁ ଚେଷ୍ଟା ଲାଗି ରହିଛି ସେଥିରେ ସକରାତ୍ମକ ସଙ୍କେତ ମଳିଛି। ଆମେ ଖୁବଶୀଘ୍ର ଏହି ମହାମାରୀ କବଳରୁ ବିଜୟ ଲାଭ କରିବା ବୋଲି ହର୍ଷବର୍ଦ୍ଦନ କହିଛନ୍ତି।
स्वदेशी कोरोना #Vaccine का #humantrials शुरू!#COVID19 के खिलाफ ज़ंग अब निर्णायक दौर में है।पिछले कई महीनों से कोरोना वैक्सीन के विकास के लिए जारी प्रयास के सकारात्मक संकेत मिलने लगे हैं।हम जल्द ही इस महामारी पर पूरी तरह जीत प्राप्त कर लेंगे।@PMOIndia @MoHFW_INDIA @BharatBiotech pic.twitter.com/Cf0Ds6bhZG
— Dr Harsh Vardhan (@drharshvardhan) July 18, 2020
Comments are closed.