ବିହାର ମୁଖ୍ୟମନ୍ତ୍ରୀଙ୍କ ନୂଆ ନାମ ” କରୋନା କୁମାର”

ପାଟନା: ବିହାରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ୨୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ୨ଶହ ଟପିଛି ମୃତକଙ୍କ ସଂଖ୍ୟା। ବିହାରରେ ଅନୁନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁ ହଇରାଣ ହେଉଥିବା ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି। ଏପରିକି ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ନୂଆ ନାମରେ ଡାକୁଛନ୍ତି। ଯାହା ଏବେ ଟୁଇଟରରେ ବେଶ୍ ଟ୍ରେଣ୍ଡ୍ରି ହେଉଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହୋଇଥିବା ବେଳେ ଆଜିକାଲି ରାଜ୍ୟବାସୀ ତାଙ୍କୁ ‘କରୋନା କୁମାର’ ନାମରେ ଡାକୁଛନ୍ତି। ଏପରିକି ସୋସିଆଲ ମିଡିଆ ଟ୍ବିଟରରେ ବର୍ତ୍ତମାନ ‘କରୋନା କୁମାର’ ଟ୍ରେଣ୍ଡ କରୁଛି।
ରାଜ୍ୟରେ ବିଗିଡ଼ି ଯାଇଥିବା ସ୍ବାସ୍ଥ୍ୟସେବାକୁ ନେଇ ଲୋକମାନେ ଲଗାତାର #CoronaKumar ଟ୍ୟାଗ୍ କରି ଟ୍ବିଟ୍ କରୁଛନ୍ତି। ଏହି ହାଶ୍ଟ୍ୟାଗ୍ରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ପାଟଳିପୁତ୍ରର ଏକ ହୋଟେଲର ଦୃଶ୍ୟ ରହିଛି। ଏହି ହୋଟେଲକୁ କରୋନା ଟେଷ୍ଟିଂ ସେଣ୍ଟର କରାଯାଇଛି। ଏଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ କହୁଛନ୍ତି ଦୈନିକ କେବଳ ୫୦ ନମୁନା ସଂଗ୍ରହ କରାଯାଇପାରିବ। କିନ୍ତୁ ଏଠାରେ ପ୍ରତିଦିନ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି।
ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ, ପାଟନା ଏମ୍ସରେ ଅନେକ ଶଯ୍ୟା ଖାଲି ରହିଛି, କିନ୍ତୁ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉ ନାହିଁ। କାହାର ଚିକିତ୍ସା ବି ହେଉନାହିଁ। ଡାକ୍ତରମାନେ ମୋବାଇଲ୍ ଫୋନରେ ବ୍ୟସ୍ତ ରହୁଛନ୍ତି। ରୋଗୀଙ୍କ ଚିକିତ୍ସା କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ ବୋଲି ଅଭିଯୋଗ ହେଉଛି। ଏହି ସବୁ କାରଣ ପାଇଁ ଲୋକେ ନୀତିଶକୁ ‘କରୋନା କୁମାର’ ନାମରେ ଡାକୁଛନ୍ତି।
#CoronaKumarPlace – Hotel Patliputra Ashok, Patna
This place has been made Coronavirus Test Centre. Test experts say that they will take samples of only 50 people in a day. Afterwards anyone who comes, stands or pleads….. won't be tested#CoronaKumar pic.twitter.com/nGM57f5upu
— Waseem Akhtar (@WaseemA91983453) July 18, 2020
Comments are closed.