ପାକ୍ ସେନାର ଗୁଳିମାଡ଼ରେ ୩ ଭାରତୀୟ ମୃତ
ନୂଆଦିଲ୍ଲୀ: ଏଲ୍ଓସିରେ ୩ ଭାରତୀୟଙ୍କ ମୃତ୍ୟୁ। ଗତକାଲି ରାତିରେ ୩ ଭାରତୀୟଙ୍କୁ ହତ୍ୟା କରିଛି ପାକିସ୍ତାନୀ ସେନା। ଶୁକ୍ରବାର ରାତିରେ ପୁଞ୍ଚ ଜିଲ୍ଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼ କରାଯିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମହମ୍ମଦ ରଫିକ୍(୫୮), ତାଙ୍କ ପତ୍ନୀ ରାଫିଆ ବି(୫୦) ଏବଂ ପୁଅ ଇରଫାନ(୧୫)।
ପାକ୍ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଅନ୍ୟ କେତେଜଣ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ କିଛି ଦିନ ହେବ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ରାଜନାଥ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଚଳିତମାସ ପ୍ରାରମ୍ଭରେ ପାକ୍ ସେନା ପକ୍ଷରୁ ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ଫଳରେ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଥିଲେ।
Comments are closed.