କରୋନାକୁ ମାତ୍ ଦେଲେ ୯୫ ପୁଲିସ୍ କର୍ମଚାରୀ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛଇ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା। ଏସବୁ ମଧ୍ୟରେ କରୋନା ଯୁଦ୍ଧରେ ଜିତିଲେ କରୋନା ଯୋଦ୍ଧା। ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ରାଜ୍ୟର ୯୫ ଜଣ ପୁଲିସ୍ କର୍ମଚାରୀ। ଏନେଇ ଡିଜିପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀମାନେ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡିଜିପି ଅଭୟ କହିଛନ୍ତି ଯେ, ସମ୍ପୃକ୍ତ ୯୫ କର୍ମଚାରୀ ସଂକ୍ରମିତ ହୋଇଥିଲେ ବି ସେମାନେ କରୋନାକୁ ହରାଇଲେ। ଏବେ କାର୍ଯ୍ୟକ୍ଷେତ୍ରକୁ ଆସି ଅନ୍ୟ ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କରୋନାକୁ ହରାଇ ଡୁ୍ୟଟିକୁ ଫେରିଥିବା ପୁଲିସଙ୍କୁ ପ୍ରଶଂସାପତ୍ର ମିଳିବ। ଡିଜିପିଙ୍କୁ ପକ୍ଷରୁ ସେମାନଙ୍କୁ ପ୍ରଶଂସାପତ୍ର ଦିଆଯିବ। ଏନେଇ ତୁରନ୍ତ ଏଭଳି କର୍ମଚାରୀଙ୍କ ନାଁ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
95 Odisha Police Personnel have rededicated themselves to frontline enforcement duty after recovering from Covid 19.They were infected ,but defeated Covid 19.And now back to frontline to save others. 1/2 #OdishaFightsCorona
— DGP, Odisha (@DGPOdisha) July 20, 2020
Comments are closed.