କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ମହାମାରୀ କରୋନା ସଙ୍କଟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର। କୋଭିଡ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଡାକ୍ତର,ପାରାମେଡିକାଲ ଷ୍ଟାଫ ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
କୋଭିଡ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୈନିକ ୧ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ଦୈନିକ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ମିଳିବ ୨ଶହ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
Comments are closed.