କରୋନା: ଆଉ ୫ ମୃତ, ରାଜ୍ୟରେ ମୋଟ ୧୦୮
ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଲାଣି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେଆଜି ଦିନକରେ ୧୦୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଆଉ ୫ଜଣ ଆକ୍ରାନ୍ତଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଅପରପକ୍ଷେ ଅନ୍ୟ କାରଣରୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ମୃତ୍ୟୁବରଣ କରିଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ ହୋଇଥିବା ବେଳେ କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଗଜପତି ଜିଲ୍ଲାର ଜଣେ ୭୨ ବର୍ଷୀୟ ବୃଦ୍ଧ , ଗଞ୍ଜାମ ଜିଲ୍ଲାର ୪୦ ବର୍ଷୀୟ ମହିଳା, ୬୧ ବର୍ଷୀୟ ବୃଦ୍ଧ ଓ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲାର ୮୬ ବର୍ଷୀୟ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି।
Comments are closed.