କରୋନାରେ ଗଜପତି ଏଡିଏମ୍ଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କରୋନା ସ୍ଥିତି। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ। ଗତକାଲିି ସକାଳ ୫ଟାରେ ବ୍ରହ୍ମପୁର ଏମକେସିଜିରେ ତାଙ୍କର ନିଧନ ଘଟିଥିଲା। ପାରଳାଖେମୁଣ୍ଡିରେ ଥିବା କୋଭିଡ କେୟାର ସେଣ୍ଟର ଦାୟିତ୍ୱରେ ସେ ରହିଥିଲେ। କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
Deeply condole the demise of Gajapati ADM Sri Karunakar Raika. He was a very able administrator and greatly helped the district scale up its fightback against #COVID19. Spoke to Mrs Raika and conveyed condolences for the noble soul. #OdishaSalutesTheCovidWarrior
— Naveen Patnaik (@Naveen_Odisha) July 21, 2020
କୋଭିଡ ହସପିଟାଲ ଦାୟିତ୍ୱରେ ଥିବା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଗତକାଲି ପରଲୋକ ଘଟିଛି। ଭୋର ୫ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ପାରଳାଖେମୁଣ୍ଡିରେ ଥିବା କୋଭିଡ କେୟାର ସେଂଟର ଦାୟିତ୍ୱରେ ଥିଲେ ଏଡିଏମ୍ କରୁଣାକର ରାଇକା। ବଡ କଥା ହେଉଛି ଯେ, କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ। ୧୮ ତାରିଖରୁ ସେ ଅସୁସ୍ଥ ଥିଲେ। ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଛି।
Comments are closed.