ଏଥର ଭାଙ୍ଗିବନି ଶ୍ରୀଜିଉଙ୍କ ତିନି ରଥ, ମ୍ୟୁଜିୟମରେ ରଖିବାକୁ ନିଷ୍ପତ୍ତି
![](https://www.odishalink.com/wp-content/uploads/2020/06/WhatsApp-Image-2020-06-23-at-9.48.13-AM.jpeg)
ଭୁବନେଶ୍ବର: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଇତିହାସରେ ପ୍ରଥମ ଥର ଭକ୍ତଙ୍କ ବିନା ବା ଭକ୍ତଶୂନ୍ୟ ଭାବେ ପାଳିତ ହୋଇଥିଲା। ଯାହା ୨୫ଶହ ବର୍ଷର ରଥଯାତ୍ରା ଇତିହାରେ ପ୍ରଥମ ଥର ପାଇଁ ହୋଇଥିଲା। ଏଥିପାଇଁ ଏହାକୁ ମନେ ରଖିବା ପାଇଁ ଚଳିତ ବର୍ଷ ଭଙ୍ଗାଯିବନି ଶ୍ରୀଜିଉଙ୍କ ୩ ରଥ। କାଳିଆର ନନ୍ଦିଘୋଷ ରଥ ସହ ଚଳିତବର୍ଷ ତିନି ରଥ ଭଙ୍ଗାଯିବନି। ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ତିନି ରଥ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।
ଏଥିପାଇଁ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ ଆଲୋଚନା ହୋଇଛି। ସିଂହଦ୍ୱାରା ସମ୍ମୁଖରେ କିପରି ସୁରକ୍ଷିତ ତିନି ରଥ ଜଗନ୍ନାଥ ବଲ୍ଲଭ ପରିସରକୁ ନିଆଯିବ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।
ଶ୍ରୀମନ୍ଦିର ପରିଚାଳନ କମିଟି ସଦସ୍ୟ, ରଥନିର୍ମାଣ ସେବକଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକରେ ଆଲୋଚନା ହୋଇଛି। କିଭଳି ସୁରକ୍ଷିତ ଭାବେ ରଥକୁ ଭାଙ୍ଗି ପୁଣିଥରେ ସଜଡାଯିବ ସେନେଇ ବୈଷୟିକ ଟିମ୍ ମଧ୍ୟ ଗଠନ ହୋଇଛି। ତେବେ ଆବଶ୍ୟକ ହେଲେ ମରାମତି କରି ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Comments are closed.