ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ କମିଶନରେଟ୍ ପୁଲିସକୁ ଦିଆଯାଉ: ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଦିତ୍ୟଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ଟେର ପାଉନି ଜିଆରପି ପୁଲିସ୍। ଫଳରେ ଦିନକୁ ଦିନ ଆଦିତ୍ୟ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି। ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନଜରରେ ରଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ବ କମିଶନରେଟ୍ ପୁଲିସକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି କି ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ତଦନ୍ତ ସନ୍ତୋଷ ଜନକ ନୁହେଁ ଏଣୁ ଏହି ଘଟଣାର ତଦନ୍ତ କମିଶନରେଟ୍ ପୁଲିସକୁ ସାମିଲ କରାଯାଉ। ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବା ଆବଶ୍ୟକ। ଯଦି ଏହା ଏକ ହତ୍ୟା ତେବେ ଯିଏ ବାସ୍ତବ ଦୋଷୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାହା ହେଲେ ଲୋକମାନଙ୍କ ମନରେ ଆଇନବ୍ୟବସ୍ଥା ଉପରେ ଆସ୍ଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।
Dear Shri @Naveen_Odisha ji,I request you to kindly instruct the @cpbbsrctc to take up the death of Shri #AdityaDash with the GRP to carry out a joint investigation which is free and fair. pic.twitter.com/tOyaUxoFsM
— Pratap Sarangi (@pcsarangi) July 22, 2020
ଅପରପକ୍ଷା, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏହି ଘଟଣାରେ ଲାଇ ଡିଟେକ୍ଟର ଟେଷ୍ଟ ଦାବି କରିଛନ୍ତି। ସେ ନିଜ ସହ ଆଦିତ୍ୟଙ୍କ ସହଯୋଗୀ ବିକାଶ ଏବଂ ପପୁଙ୍କର ମଧ୍ୟ ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ଦାବି କରିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି ଲାଇ ଡିଟେକ୍ଟର ଟେଷ୍ଟ କଲେ ପକୃତ ସତ୍ୟ ସାମ୍ନାକୁ ଆସିବ । ଏବଂ ଜଣାପଡିବ କିଏ ସତ କହୁଛି ଆଉ କିଏ ମିଛ।
Comments are closed.