ସ୍ତ୍ରୀଙ୍କର ୧୪ ବୟଫ୍ରେଣ୍ଡ: ସମସ୍ତଙ୍କୁ ୧୦୦ କୋଟି ଦାବି କଲେ ସ୍ବାମୀ

କଲିକତା: କେତେବେଳେ କାହାକୁ ପ୍ରେମ ହୋଇ ଯାଏ ତାହା ଜଣା ପଡ଼େନି। ଏପରିକି ବିବାହ ପରେ ବି ମହିଳା ମାନେ ରଖିଥାନ୍ତି ପ୍ରେମ ସମ୍ପର୍କ। ହେଲେ ଜଣେ ମହିଳା କେତେ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିପାରେ । ହେଇ ହେଇ ୨ରୁ ୪ ଜଣ। ହେଲେ କଲିକତାରେ ଜଣେ ବିବାହିତ ମହିଳା ଜଣେ କି ୨ଜଣ ନୁହେଁ ୧୪ ଜଣଙ୍କ ସହିତ ରଖିଥିଲେ ସମ୍ପର୍କ। ଉକ୍ତ ମହିଳାଙ୍କ ସ୍ବାମୀ ଜଣେ ବ୍ୟବସାୟୀ। ବ୍ୟବସାୟୀ ଜଣକ ସ୍ତ୍ରୀଙ୍କର ଏଭଳି ସମ୍ପର୍କକୁ ସନ୍ଦେହ କରି ମହିଳାଙ୍କ ବୟଫ୍ରେଣ୍ଡ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ଏପରିକି ନିଜ ଗାଡ଼ି ଡ୍ରାଇଭରଙ୍କୁ ଗୁଇନ୍ଦା କାର୍ଯ୍ୟ ଦେଇଥିଲେ।
ପ୍ରାୟ ଏକବର୍ଷ ଧରି କାର ଡ଼୍ରାଇଭର ଗୁଇନ୍ଦାଗିରି କରି ସମ୍ପୃକ୍ତ ମହିଳାଙ୍କର ୧୪ ପ୍ରେମିକଙ୍କୁ ଠାବ କରିଛନ୍ତି। ଏହାପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ତାଙ୍କ ପତ୍ନୀଙ୍କ ୧୪ ପ୍ରେମିକମାନଙ୍କୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନୋଟିସ ପଠାଇଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମହିଳାଙ୍କ ପତି ଅଭିଯୋଗ କରିଛନ୍ତି ଯେ ଏହି ୧୪ ଜଣ ପୁରୁଷଙ୍କ ପାଇଁ ତାଙ୍କର ବୈବାହିକ ଜୀବନ ପୁରା ନଷ୍ଟ ହୋଇ ଯାଇଛି। ତାଙ୍କର ସମ୍ମାନ ମାଟିରେ ମିଶିଯାଇଛି। ସେଥିପାଇଁ ସେ ତାଙ୍କ କାର୍ ଡ଼୍ରାଇଭରକୁ ମହିଳାଙ୍କ ପ୍ରେମ ସମ୍ପର୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଗୁଇନ୍ଦାଗିରି କରିବାକୁ କହିଥିଲେ ସେମାନଙ୍କ ପ୍ରେମ ସମ୍ପର୍କରେ ସବୁ ପ୍ରକାର ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛି ।
ବ୍ୟକ୍ତି ଜଣକ ନୋଟିସରେ କହିଛନ୍ତି ଯେ, ମୋତେ ଜଣାପଡ଼ିଛି ଯେ ଆପଣମାନେ ମୋର ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ଆପଣମାନେ ସମସ୍ତେ ଜାଣନ୍ତି ସେ (ପତ୍ନୀ) ବିବାହିତା ଓ ମୁଁ ତାଙ୍କର ସ୍ବାମୀ । ଆପଣମାନଙ୍କ ଅବୈଧ ସମ୍ପର୍କ ନିମନ୍ତେ ମୋର ବୈବାହିକ ଜୀବନ ନଷ୍ଟ ହୋଇ ଯାଇଛି। ମୋର ସମ୍ମାନ ନଷ୍ଟ ହୋଇଛି, ମୁଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି ତେଣୁ କ୍ଷତିପୂରଣ ବାବଦରେ ୨ ସପ୍ତାହ ମଧ୍ୟରେ ୧୦୦ କୋଟି ଟଙ୍କା ନ ଦେଲେ ମୁଁ ଆଇନର ଆଶ୍ରୟ ନେବି ।
Comments are closed.