Odisha Link
Bridging the Missing Links in Odisha

ଲକ୍‌ଡାଉନ୍ କଟକଣାରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ବର: ଲକ୍‌ଡାଉନ୍‌ ଘୋଷିତ ହୋଇଥିବା ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ସହିତ ରାଉରକେଲା ମହାନଗର ନିଗମରେ ଏଣିକି ଯୁକ୍ତ ୨ ପରୀକ୍ଷା ଖାତା ଦେଖା ହୋଇପାରିବ। ଏନେଇ ମିଳିଲା ଅନୁମତି।  ଲକ୍‌ଡାଉନ୍ ପାଇଁ ଏସବୁ ସ୍ଥାନରେ ଖାତା ଦେଖା ହୋଇପାରୁ ନଥିଲା। ଏସବୁ ଅଞ୍ଚଳରେ ପାଖା ପାଖି ୩୫ ଟି ମୂଲ୍ୟାୟନ କେନ୍ଦ୍ର ରହିଛି। ବର୍ତ୍ତମାନ ଏସବୁ କେନ୍ଦ୍ରରେ ମୂଲ୍ୟାୟନ ଚାଲିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଏନେଇ ଆଜି ଅବଗତ କରାଯାଇଛି।

ପୂର୍ବରୁ ପରିଷଦ ଲକ୍ ଡାଉନ୍ ସମୟରେ ମୂଲ୍ୟାୟନ ଜାରି ରଖିବାକୁ ଅନୁମତି ମାଗିଥିଲା। ଫଳ ପ୍ରକାଶନରେ ଯେପରି ବିଳମ୍ବ ନହୁଏ ସେଥିପାଇଁ ଅନୁମତି ଦେଇଛନ୍ତି ସରକାର। କୋଭିଡ୍ ଗାଇଡ ଲାଇନ ପାଳନ କରି ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ।

Comments are closed.