ରାଜସ୍ଥାନ ରାଜନୀତି: ମୁହାଁମୁହିଁ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଜୟପୁର: ରୋଚକ ମୋଡ଼ରେ ରାଜସ୍ଥାନ ରାଜନୀତି। ଘଡ଼ିକେ ଘଡ଼ି ମୋଡ଼ ବଦଳାଉଛି ରାଜସ୍ଥାନ ରାଜନୀତି। ଆଜି ସଚିନ୍ ପାଇଲଟ୍ ଆଣ୍ଡ କୋ ଟିମ୍କୁ ହାଇକୋର୍ଟଙ୍କ ରାୟ ପରେ ଆଶ୍ବସ୍ଥି ମିଳିଛି। ଏପରିକି ହାଇକୋର୍ଟଙ୍କ ରାୟ ପରେ ନୂଆ ମୋଡ଼ରେ ରାଜସ୍ଥାନ ରାଜନୀତି। ଏପରିକି ରାଜ୍ୟପାଳ କାଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିବାବେଳେ ଅପରପକ୍ଷରେ କରୋନା ସଂକ୍ରମଣ ବଢୁଥିବାରୁ ବିଧାନସଭାର ଅଧିବେଶନ ଡକାଯିବ ନାହିଁ ବୋଲି ରାଜ୍ୟପାଳ ରୋକଠୋକ ଭାବେ କହିଛନ୍ତି ।
ରାଜ୍ୟପାଳ ଏଥିରେ ସମ୍ମତି ପ୍ରକାଶ ନକରିବା ପରେ ଗେହଲଟ କହିଛନ୍ତିଯେ, ଗତକାଲି ରାତିରେ ରାଜ୍ୟପାଳ ତାଙ୍କୁ ଗୋ ଆହେଡ଼ ବୋଲି କହିଥିଲେ। ତେଣୁ ବିଧାନସଭା ଅଧିବେଶନ ପାଇଁ ସେ ସମ୍ମତି ଦେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ତାଙ୍କ ଉପରେ ଉପରୁ କିଛି ଚାପ ଥିବା ମନେହେଉଛି ବୋଲି ଗେହଲଟ କହିଛନ୍ତି। ରାଜ୍ୟପାଳ ଆଇନ ଅନୁସାରେ କାର୍ଯ୍ୟ କରିବା କଥା । ମୁଖ୍ୟମନ୍ତ୍ରୀ ବିଧାନସଭାର ଅଧିବେଶନ ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟପାଳ ତାହାକୁ ଗ୍ରହଣ କରିବା କଥା ବୋଲି ଗେହଲଟ କହିଛନ୍ତି। ଅପରପକ୍ଷରେ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ରାଜ୍ୟପାଳ ମନା କରିବା ପରେ କଂଗ୍ରେସ ବିଧାୟକମାନେ ରାଜଭବନରେ ଅଶୋକ ଗେହଲଟ ଜିନ୍ଦାବାଦ ନାରା ଦେଇଥିଲେ। ଏପରିକି ଯଦି ରାଜ୍ୟପାଳ ନ ଶୁଣନ୍ତି ଗେହଲଟ ଓ ତାଙ୍କ ସମର୍ଥକ ଦିଲ୍ଳୀ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।
#WATCH Rajasthan: Congress MLAs supporting Chief Minister Ashok Gehlot sit and raise slogans at Raj Bhawan.
The Chief Minister had met Governor Kalraj Mishra this afternoon over the issue of the convening of the Assembly Session. pic.twitter.com/m6XhwwMuM2
— ANI (@ANI) July 24, 2020
ସୂଚନାଥାଉକି. ପାଇଲଟ ଓ ତାଙ୍କର ସମର୍ଥକ ବିଧାୟକମାନଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେବେନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ଗେହଲଟ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ସରକାର ବଂଚାଇବା ପାଇଁ ଗେହଲଟ ନୂଆ ରଣନୀତି କରିଥିଲେ। କଂଗ୍ରେସ ବିଧାୟକମାନଙ୍କୁ ନେଇ ସେ ରାଜଭବନ ଯିବା ସହ ସୋମବାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଅନୁରୋଧ କରିଥିଲେ।
Comments are closed.