ଭଲ ଖବର: ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୫ ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ଅଣାୟତ୍ତ ହେଉଥିବା ବେଳେ ବେଳେ ଆସିଛି ଏକ ଖୁସି ଖବର। ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫,୨୦୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ରାୟଗଡର ୬୩, କଟକର ୩୫, ମାଲକାନଗିରିର ୩୦, ଗଜପତିର ୨୨, ବାଲେଶ୍ୱରର ୧୯, ଖୋର୍ଦ୍ଧାର ୧୯, ବରଗଡରେ ୧୮, ବୌଦ୍ଧର ୮ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରେ ୭ ଜଣ ଲେଖାଏଁ, ସମ୍ବଲପୁରରେ ୫, ନବରଙ୍ଗପୁରରେ ୪, ସୁନ୍ଦରଗଡରେ ୩, ଅନୁଗୁଳ, ଯାଜପୁର ଓ ପୁରୀରେ ୨ ଜଣ ଲେଖାଏଁ, କୋରାପୁଟ ଓ ନୟାଗଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Comments are closed.